ନୂଆଦିଲ୍ଲୀ :ନୂଆଦିଲ୍ଲୀ ରେଳ ଷ୍ଟେସନରେ ଅଘଟଣ । ପ୍ରୟାଗରାଜ ମହାକୁମ୍ଭ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଅତ୍ୟଧିକ ଭିଡ଼ ଯୋଗୁଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇଥିବା ଜଣାପଡ଼ିଛି । ଏଥିରେ ଚାପି ହୋଇ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟକୁ ୧୧ ଜଣ ମହିଳା ଥିବାବେଳେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ଏଥିସହ ଏକାଧିକ ଆହତ ଲୋକ ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ରାତି ୧୦ଟା ବେଳେ ଏଭଳି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ରେଲୱେ ଷ୍ଟେସନରେ ଲୋକଙ୍କ ଭିଡ଼ କାରଣରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି ।
ରେଳ ବିଭାଗର ଡେପ୍ୟୁଟି କମିଶନର ପୋଲଙ୍କ କହିବାନୁସାରେ, ପ୍ରୟାଗରାଜ ଏକ୍ସପ୍ରେସ ଅଟକିଥିବା ପ୍ଲାଟଫର୍ମ ନମ୍ୱର ୧୪ରେ ଏକାଧିକ ଲୋକ ଛିଡ଼ା ହୋଇଥିଲେ । ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ୍ ଓ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ବିଳମ୍ୱ ରହିଥିବା ବେଳେ ଯାତ୍ରୀମାନେ ୧୨, ୧୩ ଏବଂ ୧୪ ନମ୍ୱର ପ୍ଲାଟଫର୍ମରେ ଅପେକ୍ଷାରତ ଅଛନ୍ତି । ଛିଡ଼ା ହୋଇଥିବା ତେବେ ମହାକୁମ୍ଭ ଯିବା ପାଇଁ ନୂଆଦିଲ୍ଲୀ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା। ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭିଡ଼ ଯୋଗୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । କହିରଖୁ କି, ରେଲୱେ ଷ୍ଟେସନରେ ପ୍ରତି ଘଣ୍ଟାକୁ ଥରେ ପ୍ରୟାଗରାଜକୁ ୧୫୦୦ ଟିକେଟ୍ କଟାଯାଉଥିବା ରେଳ ବିଭାଗ ସୂଚନା ଦେଇଛି । ସ୍ଥିତି ଅସମ୍ଭାଳ ହେବା ପରେ ରାତି ପ୍ରାୟ ୧୦ଟା ସମୟରେ ୧୬ ନମ୍ୱର ପ୍ଲାଟଫର୍ମରୁ ପ୍ରୟାଗରାଜକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ରେଳ ବିଭାଗ ଘୋଷଣା କରିଥିଲା । ଯାହା ପରେ ୧୪ ନଂ ପ୍ଲାଟଫର୍ମରେ ଛିଡ଼ା ହୋଇଥିବ ଯାତ୍ରୀ ପ୍ଲାଟଫର୍ମ ନଂ ୧୬ ଆଡ଼କୁ ଦୌଡ଼ିବାକୁ ଲାଗିଲେ । ଯାହା ଫଳରେ ଦଳାଚକଟାରେ ଏ ପର୍ଯ୍ୟନ୍ତ ମୋଟ୍ ୧୮ ଜଣଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ଶାନ୍ତ୍ୱନା ଦେବା ସହ ଆହତମାନଙ୍କ ଶୀଘ୍ର ସୁସ୍ଥ ହେବା ଲାଗି ପ୍ରାର୍ଥାନା କରିଛନ୍ତି । ଦୁର୍ଘଟଣାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଆତିଶୀ, ରାଷ୍ଟ୍ରପତି, ଅମିତ୍ ଶାହ, ରାଜନାଥ ସିଂ, ଜେପି ନଡ୍ଡା ଶୋକ ପ୍ରକାଶ କରିଛନ୍ତି ।
ପ୍ରୟାଗରାଜ ମହାକୁମ୍ଭ ଯେତେ ଯେତେ ଶେଷ ଆଡ଼କୁ ବଢୁଛି, ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସ୍ଥା ଓ ବିଶ୍ୱାସର ବୁଡ଼ ଦେବାକୁ ସଙ୍ଗମ କୂଳରେ ପହଞ୍ଚୁଛନ୍ତି। ଏହି ମଧ୍ୟରେ ନୂଆ ଦିଲ୍ଲୀ ରେଲୱେ ଷ୍ଟେସନରେ ମଧ୍ୟ ଖୁବ୍ ଭିଡ଼ ଜମା ହୋଇଛି ଏବଂ ଚଳାଚକଟା ଭଳି ସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି କି, ଦୁଇଟି ଟ୍ରେନ୍ ବିଳମ୍ୱରେ ଚାଲୁଛି ଏବଂ ଏହି କାରଣରୁ ଲୋକଙ୍କୁ ଦୀର୍ଘ ଅପେକ୍ଷା କରିବାକୁ ପଡ଼ୁଛି । ଦଳାଚକଟା ଭଳି ସ୍ଥିତି ଉପୁଜୁଛି । ଅତିରିକ୍ତ ଟ୍ରେନ୍ ଚଲାଇବା ସତ୍ତ୍ୱେ ଷ୍ଟେସନରେ ଭିଡ଼ କମିବାର ଦେଖା ଯାଉନି । ଏହି କାରଣରୁ ଦିଲ୍ଲୀର ରେଲୱେ ଷ୍ଟେସନରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ଭିଡ଼କୁ ହ୍ରାସ କରିବାକୁ ଅତିରିକ୍ତ ଟ୍ରେନ୍ ମଧ୍ୟ ଚାଲୁଛି । ଭିଡ଼କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି । ଦିଲ୍ଲୀ ପୁଲିସ ଓ ରେଲୱେ ପୁଲିସର ଟିମ୍ ଷ୍ଟେସନରେ ମୁତୟନ ଅଛନ୍ତି । ପ୍ରୟାଗରାଜ ମହାକୁମ୍ଭରେ ତାଜା ଅପଡେଟ୍ ମୁତାବକ, ୫୧.୪୭ କୋଟିରୁ ଅଧିକ ଲୋକ ବୁଡ଼ ଲଗେଇଛନ୍ତି ।
ସାଧାରଣତଃ ଶନିବାର ଓ ରବିବାରରେ ଖୁବ୍ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚୁଛନ୍ତି। ଏହି ଭିତରେ ସ୍ଥାନୀୟ ମେଳା ପ୍ରଶାସନ କିଛି ସୁରକ୍ଷା ପଦକ୍ଷେପ ମଧ୍ୟ ଉଠାଇଛି। ଭିଡ଼କୁ ଦେଖି ପୁଣି ଥରେ ମହାକୁମ୍ଭକୁ ନୋ ଭାଇକଲ ଜୋନ୍ ଘୋଷିତ କରାଯାଇଛି। ଏହାପରେ ଏବେ ମହାକୁମ୍ଭରେ ଗାଡ଼ିର ଏଣ୍ଟ୍ରିରେ ସଂପୂର୍ଣ୍ଣ ରୂପେ ପ୍ରତିବନ୍ଧକ ରହିବ। ଏବେ ମେଳା ଭିତରେ ଏମର୍ଜେନ୍ସି ଗାଡ଼ି ପ୍ରବେଶ କରି ପାରିବ। ମେଳା ଅଧିକାରୀଙ୍କ ମୁତାବିକ , ୧୫ ଫେବ୍ରୁଆରୀ ଶନିବାର ଓ ୧୬ ଫେବ୍ରୁଆରୀ ରବିବାରରେ ସବୁ ପ୍ରକାରର ଗାଡ଼ିର ପ୍ରବେଶକୁ ମହାକୁମ୍ଭ ନଗରରେ ରୋକି ଦିଆଯାଇଛି ।